Breaking PLUSଆଇନ କାନୁନଦୁର୍ଘଟଣାମୁଖ୍ୟ ଖବରରାଜନୀତି

ବିଜେପି ନେତାଙ୍କୁ ନୃଶଂସ ହତ୍ୟା

ଚେନ୍ନାଇରେ ମଙ୍ଗଳବାର ଜଣେ ବିଜେପି ନେତାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଏକ ଅଜଣା ଗ୍ୟାଙ୍ଗ ସମ୍ପୃକ୍ତ ନେତାଙ୍କ ଗଳାକାଟି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇ ଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାସକ ଡିଏମକେ ପ୍ରତିଶ୍ରୁତି ଦେଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବିରୋଧୀ ଏଆଇଏଡିଏମକେ ଶାସକ ଦଳକୁ ଦାୟୀ କରିଛି।। ମିଳିଥିବା ସୂଚନା ଅନୁସାରେ, ବାଲାଚନ୍ଦ୍ରନଙ୍କୁ ଜୀବନରୁ ହତ୍ୟା କରାଯିବା ନେଇ ଧମକ ମିଳିବା ପରେ ତାମିଲନାଡୁ ସରକାର ପକ୍ଷରୁ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଜଣେ ପର୍ସନାଲ୍‌ ସିକ୍ୟୁରିଟି ଅଫିସର ଥିଲେ। ତେବେ ମଙ୍ଗଳବାର ଦିନ ସିକ୍ୟୁରିଟି ଚା’ ପିଇବା ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି। ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବାଲାଚନ୍ଦ୍ରନଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ଚେନ୍ନାଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲାଚନ୍ଦ୍ରନଙ୍କୁ ହତ୍ୟା କରାଯାଇଛି। ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ଲାଗି ଏକ ସ୍ପେଶାଲ୍ ଟିମ୍‌ ଗଠନ କରାଯାଇଛି। ଅନ୍ୟପକ୍ଷେ, CCTV ଫୁଟେଜକୁ ଆଧାର କରି ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇଛି।

Show More

Related Articles

Back to top button