Breaking PLUSଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଇମ୍ରାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ : ଗିରଫ ହେବେ ଇମ୍ରାନ ଖାନ୍

ଇସଲାମାବାଦ : ଗାଦିଚ୍ୟୁତ ହେବା ପରଠାରୁ ଶେହବାଜ ସରକାରଙ୍କ ଉପରେ ଏକ ପ୍ରକାର ଜୋକ ପରି ଲାଗି ରହିଛନ୍ତି ଇମରାନ୍‌ ଖାନ୍। ନବ ନିର୍ବାଚିତ ସରକାରଙ୍କ ବିରୋଧରେ ରାଲି, ପ୍ରଦର୍ଶନୀ ଠାରୁ ଆରମ୍ଭ କରି ବିକ୍ଷୋଭ ପର୍ଯ୍ୟନ୍ତ, ସ୍ୱର ଉଠାଇବାକୁ କୌଣସି ବି ବାଟ ଛାଡ଼ି ନାହାନ୍ତି ଇମରାନ୍‌ ଖାନ୍‌। କିନ୍ତୁ ଏବେ ଇମରାନଙ୍କ ଏହି କାର୍ଯ୍ୟକଳାପକୁ ନେଇ ଗମ୍ଭୀର ହୋଇଛନ୍ତି ଶେହବାଜ୍‌ ସରକାର ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିିର କରିଛନ୍ତି। ବୁଧବାର ଦିନ ପେଶୱାରରୁ ଇସଲାମାବାଦ ଅଭିମୁଖେ ଯାଉଥିବା ସମୟରେ ଇମ୍ରାନ ଖାନ ଏବଂ ତାଙ୍କ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଅଟକ ରଖିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି।ସୂଚନା‌ଅନୁଯାୟୀ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ୱାଧୀନ ପଦଯାତ୍ରା କରିବେ ବୋଲି ଘୋଷଣା କରିଥିଲେ ଏବଂ ଏହା ପରେ ଲାହୋରରେ ସ୍ୱାଧୀନ ପଦଯାତ୍ରା ପାଇଁ ପିଟିଆଇ କର୍ମୀମାନେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ପିଟିଆଇର ଲାହୋର ୟୁନିଟ୍ ତାହାର ଶ୍ରମିକମାନଙ୍କୁ ବତ୍ତି ଚୌକି ଠାରେ ଏକାଠି ହେବାକୁ କହିଥିଲେ, ଯେଉଁଠାରୁ ସେମାନେ ଇସଲାମାବାଦ ଅଭିମୁଖେ ଯାତ୍ରା କରିବେ। ଏହି ସମୟରେ ପୂର୍ବତନ ସଙ୍ଘୀୟ ମନ୍ତ୍ରୀ ହାମଦ ଅଜହର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ ସେମାନେ ବତ୍ତି ଚୌକ ଠାରେ ପହଞ୍ଚିସାରିଛନ୍ତି ଏବଂ ଇସଲାମାବାଦ ଅଭିମୁଖେ ବାହାରୁଛନ୍ତି। ଲାହୋର ଠାରେ ଶୋଭାଯାତ୍ରା କରୁଥିବା ପିଟିଆଇ ନେତାଙ୍କୁ ରୋକିବା ପାଇଁ ପୁଲିସ୍‌ ବାରିକେଡ୍‌ ଲଗାଇଥିବା ବେଳେ ଦଳୀୟ କର୍ମୀମାନେ ବାରିକେଡ ଭାଙ୍ଗି ଆଗକୁ ବଢ଼ିବାକୁ ଲାଗିଥିବା ବେଳେ ପୁଲିସ୍‌ ସେମାନଙ୍କୁ ରୋକିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଯେତେବେଳେ ପରିସ୍ଥିତି ଅନିୟନ୍ତ୍ରିତ ହେଲା ସେତେବେଳେ ଅଧିକାରୀମାନେ ଏକ ବୈଠକରେ ନିଷ୍ପତ୍ତି ନେଇଥିଲେ ଯେ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ଦରକାର। କିନ୍ତୁ ଦୀର୍ଘ ପଦଯାତ୍ରା ସମୟରେ ତାଙ୍କୁ ଗିରଫ କରିବା ଏକ ଅସମ୍ଭବ କାର୍ଯ୍ୟ ବୋଲି ମନେହେବା ପରେ ମଧ୍ୟ ସମ୍ଭାବ୍ୟ ହିଂସାକୁ ରୋକିବା ପାଇଁ ତାଙ୍କୁ ଅଟକାଇବା ବ୍ୟତୀତ ସରକାରଙ୍କ ପାଖରେ କୌଣସି ବିକଳ୍ପ ନଥିଲା। ତେବେ ସରକାରଙ୍କ ଯୋଜନା ଅନୁସାରେ କେବେ ଇମରାନ୍‌ ଖାନଙ୍କୁ ଗିରଫ କରାଯାଉଛି, ତାହା ଦେଖିବାକୁ ବାକି ରହିଲା।

Show More

Related Articles

Back to top button