Breaking PLUSଆଇନ କାନୁନଦୁର୍ଘଟଣା

ଭୁଜାଲି ମାଡରେ ଦୁଇଜଣ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁର ସାହିରେ ଶନିବାର ବିଳମ୍ବିତ ରାତିରେ ଭୁଜାଲି ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବରପାଇ ସାହି ଲୋକ ଦୁର୍ବୃତ୍ତଙ୍କୁ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କୁ ପାଇ ନ ଥିଲେ।ଖବରପାଇ ଟାଉନ ଥାନା ପୋଲିସ ତଦନ୍ତ ଚଳାଇଛି। ଦୁର୍ବୃତ୍ତ ଚୋରି କରିବା ପାଇଁ ଆସିଥିବା ବେଳେ ପ୍ରତିବାଦ କରିବାରୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇ ଯାଇଥିବା ସୂଚନାମିଳିଛି । ତେବେ ଚୋରି ନା ଆଉ କେଉଁ କାରଣରୁ ଏଭଳି ଏକ ମରଣାତ୍ମକ ଆକ୍ରମଣ ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ।

Show More

Related Articles

Back to top button