
ବଲାଙ୍ଗିର: କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଜାତୀୟ ରାଜପଥ ୨୬ର ଖର୍ଲିକାନି ଛକଠାରେ । ଫଳରେ କାର୍ ଡ୍ରାଇଭରର ମୃତ୍ୟୁ ଘଟିଥିବାବେଳେ ଦୁର୍ଘଟଣାଗ୍ରସ୍ତ କାର୍ଟି ସଂପୂର୍ଣ୍ଣ ଭାଙ୍ଗିଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରିତମ ସାହୁ। କିନ୍ତୁ ତାଙ୍କ ଠିକଣା ବିଷୟରେ ଜଣା ପଡିନାହିଁ ।
ସୂଚନା ଅନୁଯାୟୀ , ଆଜି ସକାଳେ ଖର୍ଲିକାନି ଛକଠାରେ ଏକ କାର୍ ଏବଂ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାର୍ ଡ୍ରାଇଭରର ମୃତ୍ୟୁ ଘଟିଥିଲା । ଦୁର୍ଘଟଣାପରେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ବସ୍ ନେଇ ଚମ୍ପଟ ମାରିଥିଲା। କାର୍ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍କୁ ଜବତ କରି ଘଟଣାର ତଦନ୍ତ କରୁଛି।


