ରାଜ୍ୟରେ ଧୀରେଧୀରେ ହ୍ରାସ ପାଉଛି ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୨୮୬ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୦୨ ଲୋକାଲ କେସ୍ ରହିଛି । ଏନେଇ ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ମିଳିଛି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୬, ଅନୁଗୋଳରୁ ୪, ବାଲେଶ୍ୱରରୁ ୮ ,ବରଗଡ଼ରୁ ୨୨, ଭଦ୍ରକରୁ ୪, ବଲାଙ୍ଗୀରରୁ ୨୦, ବୌଦ୍ଧରୁ ୪୦, କଟକରୁ ୧୧, ଦେବଗଡ଼ରୁ ୩, ଢେଙ୍କାନାଳରୁ ୩, ଗଜପତିରୁ ୫, ଗଞ୍ଜାମରୁ ୨, ଜଗତ୍ସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୩୧, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୭, କୋରାପୁଟରୁ ୬, ମାଲକାନଗିରିରୁ୧, ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୯, ନୂଆପଡ଼ାରୁ ୭, ପୁରୀରୁ ୭, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୨୬, ସୁବର୍ଣ୍ଣପୁରରୁ ୯, ସୁନ୍ଦରଗଡ଼ରୁ ୧୦୫ ଓ ଷ୍ଟେଟ୍ ପୁଲ୍ରୁ ୧୪ ଜଣ ଅଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୨ ହଜାର ୬୭୧ରେ ପହଞ୍ଚିଛି।