ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରସଙ୍ଗରେ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ମନରେଗା ଯୋଜନାରେ ତାର ଅଂଶ ସଠିକ୍ ସମୟରେ ପ୍ରଦାନ ନକରିବାରୁ ମନରେଗା ହିତାଧୀକାରିଙ୍କୁ ଉଚିତ୍ ସମୟରେ ମଜୁରୀ ମିଳୁନାହିଁ । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିରେ ଉଲ୍ଲେଖ ରହିଛି ଯେ , ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ସରକାରଙ୍କ ଏକ ପାଣ୍ଠି ରହିଛି । କେନ୍ଦ୍ର ଅନୁଦାନ ବିଳମ୍ବ ହେଲେ ରାଜ୍ୟ ଉକ୍ତ ପାଣ୍ଠିରୁ ଶ୍ରମିକଙ୍କୁ ମଜୁରୀ ଦିଆଯାଏ । ଆଉ ରାଜ୍ୟ ପାଣ୍ଠିକୁ ଅର୍ଥ ଯୋଗାଣ ଲାଗି ବ୍ୟବସ୍ଥା କରାଯାଉ, ଯାହାଦ୍ୱାରା ମନରେଗା ଜବକାର୍ଡଧାରୀଙ୍କୁ ଠିକ ସମୟରେ ମଜୁରୀ ମିଳିପାରିବ । ତେଣୁ ପ୍ରଧାନମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।