Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାପାଣିପାଗ

ଶୋଇଥିବା ଅବସ୍ଥାରେ କାନ୍ଥ ପଡି ଚାଲିଗଲା ଦୁଇ ଶିଶୁଙ୍କ ଜୀବନ

ଦଳା: ଲଘୁଚାପ ଜନିତ ଲଗାଣ ବର୍ଷାରେ ଗତ ରାତିରେ କାନ୍ଥ ପଡ଼ି ଭାଇ ଭାଉଣୀଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା ଅଧିନସ୍ଥ ଗୋପବନ୍ଧୁ ନଗର ବ୍ଳକ ଜୟପୁର ପଞ୍ଚାୟତର ରାଇଡ଼ାହି ଗ୍ରାମରେ। ରାଇଡ଼ାହି ଗ୍ରାମର ଗଣେଶ ସିଂଙ୍କ ସ୍ତ୍ରୀ ତୁଳସୀ ଦୁଇ ପୁଅ ଓ ଝିଅ ସହ ଘରେ ଶୋଇଥିଲେ । ତେବେ ଲଗାଣ ବର୍ଷା ପରେ ସନ୍ତସନ୍ତିଆ ହୋଇ ରହିଥିବା ଘର ହଠାତ ଭାଙ୍ଗି ପଡିଥିଲା । ଫଳରେ ଝିଅ ଯଶୋଦା(୧୦) ବର୍ଷ ଓ ପୁଅ ଜ୍ୟାତି ଶଙ୍କର(୬) ବର୍ଷ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ତେବେ କାନ୍ଥ ପଡିବାର ଏକ ମିନିଟ ପୂର୍ବରୁ ମା ତୁଳସୀ ଓ ସାନ ପୁଅ ଉଠିଯାଇଥିଲେ । ଫଳରେ ସୌଭାଗ୍ୟ ବଶତଃ ସେମାନେ ବଞ୍ଚି ଯାଇଥିଲେ । ତେବେ ରାତି ହୋଇଥିବା କାରଣରୁ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ ଏବଂ ପରେ ପଡୋଶୀ ଆସିବା ପରେ ଉଦ୍ଧାର କରି ରାତି ପ୍ରାୟ ୧୨ ଟାରେ ଉଦଳା ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Show More

Related Articles

Back to top button