ଦେଶ ବିଦେଶସ୍ୱତନ୍ତ୍ର

ଖୁବଶୀଘ୍ର ଶେଷ ହୋଇପାରେ ଋଷ-ୟୁକ୍ରେନ୍ ଯୁଦ୍ଧ

ଦୀର୍ଘ ଦିନ ହେବ ଲାଗି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଏହା ଥମିବା ପରିବର୍ତ୍ତେ ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ୟୁକ୍ରେନ୍ ଉପରେ ଘନଘନ ମିଶାଇଲ ମାଡ କରୁଛି ଋଷ । ଏହି ଯୁଦ୍ଧର ପ୍ରାରମ୍ଭରୁ ଅନେକଙ୍କ ଜୀବନ ଯାଇଥିବାବେଳେ ଅମେକ ଦେଶ ଛାଡି ପଳାୟନ କରିଛନ୍ତି । ଏହାସହିତ ବିଶ୍ୱରେ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇଛି । ସମସ୍ତ ଅତ୍ୟାବଶକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ଏସବୁର ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଯୁଦ୍ଧ ବନ୍ଦ୍ କରିବା ପାଇଁ ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଏକ ବୈଠକ ହୋଇପାରେ ।

ଦୀର୍ଘଦିନ ଧରି ଲାଗି ରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧ ଖୁବଶୀଘ୍ର ଶେଷ ହୋଇପାରେ । ଯୁଦ୍ଧର ସମାପ୍ତି ହେବାର ଆଶା ଦେଖାଯିବାକୁ ଲାଗିଲାଣି । ଯୁଦ୍ଧ ବନ୍ଦ୍ କରିବା ପାଇଁ ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଏକ ବୈଠକ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ଏରଡଗାନ୍ ।

ତେବେ ଦେଖିବାକୁ ବାକି ରହିଲା କେବେ ଏ ଯୁଦ୍ଧର ପରିସମାପ୍ତି ଘଟୁଛି ।

 

Show More

Related Articles

Back to top button