Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ: ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଆଜି ଦେହାନ୍ତ ଘଟିଛି। ମହାରାଷ୍ଟ୍ର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପାଲଘରର ଚାରୋଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ସାଇରସ ତାଙ୍କ ମର୍ସଡିଜ୍‌ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିଲେ। ବାଟରେ ସୂର୍ଯ୍ୟ ନଦୀରେ ଏହି ଅଘଟଣ ଘଟିଛି। ଏଥିରେ ଅନ୍ୟ ୨ ଜଣ ଆହତ ହୋଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। କାରଟି ସମ୍ପୂର୍ଣ୍ଣ ଧ୍ୱସଂବିଧ୍ୱସଂ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲସି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ, ୨୦୧୨ରେ ସାଇରସ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ୪ ବର୍ଷ ପରେ ନାଟକୀୟ ଢଙ୍ଗରେ ତାଙ୍କୁ ଏହି ପଦରୁ ବିଦା ହେବାକୁ ପଡିଥିଲା। କମ୍ପାନୀର ଶେୟାରକୁ ନେଇ ଟାଟା ଗ୍ରୁପ ସହ ମିସ୍ତ୍ରୀଙ୍କ ତିକ୍ତତା ସୃଷ୍ଟି ହୋଇଥିଲା।ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଚେୟାରମ୍ୟାନ ଥିଲେ। ହେଲେ ୨୦୧୬ ଅକ୍ଟୋବରରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା।ଟାଟା ଗ୍ରୁପର ୧୫୦ ବର୍ଷର ଇତିହାସରେ ମିସ୍ତ୍ରୀ ଚେୟାରମ୍ୟାନ ହେବାରେ ଟାଟା ପରିବାରର ଦ୍ଵିତୀୟ ବାହାର ବ୍ୟକ୍ତି ଥିଲେ। ସାଇରସ୍‌ ହେଉଛନ୍ତି ଭାରତର ପ୍ରଖ୍ୟାତ ନିର୍ମାଣ ଉଦ୍ୟୋଗୀ ପାଲୋନ୍‌ଜୀ ମିସ୍ତ୍ରୀଙ୍କ ସାନ ପୁଅ। ଭାରତର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ପାଲୋନ୍‌ଜୀ ମିସ୍ତ୍ରୀ। ସବୁଠାରୁ ବଡ଼ କଥା ହେଲା, ତାଙ୍କ ପରିବାର ପାଖରେ ଟାଟା କମ୍ପାନିର ସର୍ବାଧିକ ୧୮ ପ୍ରତିଶତରୁ ଅଧିକ ସେୟାର ରହିଛି।

Show More

Related Articles

Back to top button