ଦେଶ ବିଦେଶରାଜନୀତିସ୍ୱତନ୍ତ୍ର

ବ୍ରିଟେନର ନୂଆ ଗୃହ ମନ୍ତ୍ରୀ ହେଲେ ଭାରତୀୟ ବଂଶୋଭବ ବାରିଷ୍ଟର ସୁଏଲା

ଭାରତୀୟ ବଂଶୋଭବ ବାରିଷ୍ଟର ସୁଏଲା ବ୍ରେଭରମ୍ୟାନ ହେଲେ ବ୍ରିଟେନର ନୂଆ ଗୃହ ମନ୍ତ୍ରୀ । ତାଙ୍କ ନାମ ଘୋଷଣା କରିଛନ୍ତି ନୂତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ । ତେବେ ପୂର୍ବରୁ ଏହି ପଦବୀରେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ ରହିଥିଲେ ।

ଦକ୍ଷିଣ-ପୂର୍ବ ବ୍ରିଟେନର ଫେୟାରହାମରୁ କଞ୍ଜରଭେଟିଭ ଦଳର ପ୍ରତିନିଧିତ୍ୱ କରୁଛନ୍ତି ୪୨ ବର୍ଷ ବୟସ୍କା ସୁଏଲା । ବୋରିସ ଜନସନ୍ ସରକାରରେ ସୁଏଲା ଥିଲେ ଆଟର୍ଣ୍ଣି ଜେନେରାଲ । ସୁଏଲାଙ୍କ ମାତା ଉମା ତାମିଲନାଡୁର ହୋଇଥିବାବେଳେ ପିତା କ୍ରିଷ୍ଟି ଫର୍ଣ୍ଣାଣ୍ଡିଜ ଗୋଆର । ସୁଏଲା ଜଣେ ବୌଦ୍ଧ ଧର୍ମାବଲମ୍ବୀ । ୧୯୬୦ ଦଶକରେ ଉମା ମରିସସରୁ ବ୍ରିଟେନ ଯାଇଥିବାବେଳେ ପିତା କେନିଆରୁ ବ୍ରିଟେନ ଯାଇଥିଲେ । ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶୁଳ୍କ ହ୍ରାସ, ମାନବାଧିକାର, ଶରଣାର୍ଥୀ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ସୁଏଲା । ଦେଶ କଠିନ ସମୟ ଦେଇ ଗତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଉପଯୁକ୍ତ ନେତୃତ୍ୱ ନେଇପାରିବେ ବୋଲି ସୁଏଲା କହିଛନ୍ତି ।

Show More

Related Articles

Back to top button