ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଯୁକ୍ତରାଷ୍ଟ୍ର ଆମେରିକାରେ ଆତଙ୍କ ଖେଳାଉଛି ନୂଆ ଭାଇରସ୍ ଏଭିୟାନ

ଯୁକ୍ତରାଷ୍ଟ୍ର ଆମେରିକାରେ ଆତଙ୍କ ଖେଳାଉଛି ନୂଆ ଭାଇରସ୍ ଏଭିୟାନ । ଦିନକୁ ଦିନ ଏହି ସଂକ୍ରମଣ ସ୍ଥାନୀୟ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ  ନେଇ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ପଶୁ ପକ୍ଷୀ ମାନଙ୍କ ଦେହରେ ଏହି ଏଭିୟାନ ଫ୍ଲୁ ଦେଖା ଦେଇଥିବା ବେଳେ ବିଶେଷ କରି ଅଧିକ ପରିମାଣରେ ସଂକ୍ରମିତ ହେଉଛନ୍ତି  କୁକୁଡା ବତକ ଏବଂ କଇଁଛ ।

ତେବେ ଏହି ଫ୍ଲୁ ବର୍ତ୍ତମାନ ଆମେରିକାରର ଓରେଗନ୍ ଏବଂ ୱାଶିଂଟନ୍ ଗ୍ରାମାଞ୍ଚଳର ଦୁଇଟି କୁକୁଡ଼ା ଫାର୍ମରେ ଚିହ୍ନଟ ହୋଇଛି। ଓରେଗନ୍‌ର ଲିନ୍‌ କାଉଣ୍ଟିରେ ଥିବା ଏକ ଅଣ-ବ୍ୟବସାୟିକ ଫାର୍ମରେ ପ୍ରାୟ ୧୦୦ କୁକୁଡାଙ୍କ ମୃତଦେହ ମିଳିଥିଲା । ଯେଉଁଥିରୁ ଫେଡେରାଲ୍ ଅଧିକାରୀମାନେ ଏହି କୁକୁଡା ଏଭିଆନ୍ ଫ୍ଲୁରେ ମୃତ୍ୟୁବରଣ କରିଥିବା ନିଶ୍ଚିତ କରିଛନ୍ତି ।  ଗତ ୫ ବର୍ଷ ଏହି ଘଟଣା ପ୍ରଥମେ ସାମ୍ନାକୁ ଆସିଛି । ତେବେ ୱାଶିଂଟନ୍ ରାଜ୍ୟ ଅଧିକାରୀମାନେ ୱାଶିଂଟନ୍ ପ୍ରଶାନ୍ତ ଜିଲ୍ଲାର ଏକ ଅଣ ବ୍ୟବସାୟିକ ଫାର୍ମରେ ପ୍ରାୟ ୫୦ ଟି ପକ୍ଷୀ ପଲରେ କୁକୁଡ଼ା ଏବଂ କଇଁଛ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲେ । ଯାହାଫଳରେ ଉଭୟ ରାଜ୍ୟର ସମସ୍ତ ପକ୍ଷୀଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଶାନ୍ତ ଉତ୍ତର-ପଶ୍ଚିମର ବନ୍ୟପ୍ରାଣୀ ଅଧିକାରୀ କହିଛନ୍ତି ଯେ, ଏହି ଜୀବାଣୁ ମୁଖ୍ୟତଃ କୁକୁଡାମାନଙ୍କୁ ପ୍ରଭାବିତ କରିଥାଏ । କିନ୍ତୁ ଯେଉଁମାନେ ସଙ୍ଗ ବାର୍ଡ ଅର୍ଥାତ୍ ଗୀତ ଗାଉଥିବା ପକ୍ଷୀ ରଖିଛନ୍ତି ସେମାନେ ବାରମ୍ବାର ଏହି ପକ୍ଷୀମାନଙ୍କ ଫାର୍ମକୁ ସଫା ରଖିବା ସହିତ ତାଙ୍କ ଫିଡରକୁ ବାରମ୍ବାର ସଫା କରିବା ପାଇଁ ଅତିରିକ୍ତ ପଦକ୍ଷେପ ନେବା ଆବଶ୍ୟକ ।

 

Show More

Related Articles

Back to top button