ଦେଶ ବିଦେଶମୁଖ୍ୟ ଖବରରାଜନୀତି

ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ଲାଗି ଇସ୍ତଫା ଦେଲେ କଂଗ୍ରେସର ୩ ନେତା

ନୂଆଦିଲ୍ଲୀ: ଇସ୍ତଫା ଦେଲେ କଂଗ୍ରେସର ୩ ନେତା।  କଂଗ୍ରେସ ନେତା ଗୌରବ ବଲ୍ଲଭ, ଦୀପେନ୍ଦ୍ର ଏସ ହୁଡ୍ଡା ଓ ସୈୟଦ ନସୀର ହୁସୈନ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଲାଗି ନିର୍ବାଚନ ଲଢ଼ୁଥିବା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ପାଇଁ ଏମାନେ ପ୍ରଚାର ନିମନ୍ତେ ସେ ଇସ୍ତଫା ଦେଇ ଥିବା କହିଛନ୍ତି। ଏହି ତିନି ଜଣ ବିବୃତ୍ତି ଜାରି କରି କହିଛନ୍ତି, ଦଳ ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ନିର୍ବାଚନୀ ପ୍ରଚାର ପାଇଁ ଆମେ ମୁଖପାତ୍ର ପଦରୁ ଇସ୍ତଫା ଦେଇଛୁ । ଏହି ନିର୍ବାଚନ ମୁକ୍ତ ଓ ନିରପେକ୍ଷ ହେଉ ବୋଲି ଆମେ ଚାହୁଁଛୁ ବୋଲି କହିଛନ୍ତି। ଅପରପକ୍ଷେ, ଏହି ଇସ୍ତଫା ପରେ ଖାଡ଼ଗେଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ଖାଡ଼ଗେ କହିଛନ୍ତି, ମୁଁ ଗାନ୍ଧି ପରିବାର ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବି ଏବଂ ଏହାକୁ କାର୍ଯ୍ୟକାରୀ କରିବି। କଂଗ୍ରେସ ଜଣେ ବ୍ୟକ୍ତି, ଗୋଟିଏ ପଦବୀ ନୀତି ଅନୁଯାୟୀ ନାମାଙ୍କନ ଦିନ ହିଁ ମୁଁ ରାଜ୍ୟସଭାରେ ବିରୋଧୀଦଳର ନେତା ପଦରୁ ଇସ୍ତଫା ଦେଇଥିଲି। ମୁଁ କାହା ବିରୋଧରେ ମଇଦାନକୁ ଓହ୍ଲାଇ ନାହିଁ। କଂଗ୍ରେସକୁ ମଜଭୁତ କରିବା ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନକୁ ଓହ୍ଲାଇଛି। ସେ ଅହୁରି କହିଛନ୍ତି ଯେ, କଂଗ୍ରେସର ବହୁ ବରିଷ୍ଠ ତଥା ଯୁବ ନେତାଙ୍କ ନିର୍ଦ୍ଦେଶରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତକାଲି ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ଇସ୍ତଫା ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ପୂର୍ବରୁ ମଲ୍ଲିକାର୍ଜୁନ ଖାଡଗେ ନିଜ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ପଠାଇଛନ୍ତି।

Show More

Related Articles

Back to top button