
ଚୀନରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରାଯାଇଛି । ଚୀନରେ ଓମିକ୍ରନ୍ ଭୂତାଣୁର ୨ଟି ନୂଆ ଭୂତାଣୁକୁ ଚିହ୍ନଟ କରାଯାଇଛି। ସେହି ଭୂତାଣୁ ଗୁଡ଼ିକ ଦ୍ରୁତଗତିରେ ସଂକ୍ରମିତ ହେବାରେ ଲାଗିଛି।
ସ୍ଥାନୀୟ ଖବର ଅନୁସାରେ ଗତ ୪ ତାରିଖରେ ବିଏଫ-୭ ଭୂତାଣୁକୁ ୟାନ୍ତାଇ ଓ ସାୱଗୁଆଁ ସହରରେ ଠାବ କରାଯାଇଥିଲା।
ଅନ୍ୟପକ୍ଷରେ ବିଏ-୫.୧.୭ ଭୂତାଣୁକୁ ଚୀନ ମୁଖ୍ୟ ଭୂଖଣ୍ଡରେ ଠାବ କରାଯାଇଛି। ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଏଫ-୭ ଭୂତାଣୁ ବିଷୟରେ ସତର୍କତା ଜାରି କରିଥିଲା।