ଓଡ଼ିଶାଦେଶସ୍ୱତନ୍ତ୍ର

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ-ରେଳ ମନ୍ତ୍ରୀ

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ । ଭୁବନେଶ୍ୱର ରେଳ ଷ୍ଟେସନ ର ହେବ ନବକଳେବର। ପ୍ଲାନିଂ,ଡିଜାଇନ ସହ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବ ଶୀଘ୍ର ଭୂମି ପୂଜନ ହୋଇ କାମ ଆରମ୍ଭ ହେବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୂମି ପୂଜନ କରିବା ପାଇଁ ଅନୁରୋଧ କରିଛନ୍ତି ଅଶ୍ୱିନୀ ବୈଷ୍ଣବ

ମିଳିଥିବାମ ସୂଚନା ଅନୁଯାୟୀ, ‘ଖୁବ ଶୀଘ୍ର ଶେଷ ହେବ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ କାମ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ କାମ ଜୋରସୋରରେ ଆଗେଇ ଚାଲିଛି।୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଥିଲା। ଏହାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ପଛରେ ଲାଗିପଡିଥିଲୁ। ଏବେ ରାଜ୍ୟ ସରକାର ଏଥିପାଇଁ ସୁପାରିଶ କରିଛନ୍ତି। ଖୁବଶୀଘ୍ର ଅନୁମତି ମିଳିଯିବ। ଏପାଖେ ବଲାଙ୍ଗୀର ପାଖରୁ ମଧ୍ୟ ରେଳଲାଇନ କାମ ତ୍ୱରିତ ହୋଇଛି। ସେହିପରି ଅନ୍ୟପଟରୁ ମଧ୍ୟ କାମ ଚାଲିଛି। ଓଡ଼ିଶାର ଏହି ସ୍ବପ୍ନର ପ୍ରକଳ୍ପ କାମ ଖୁବ ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି’ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Show More

Related Articles

Back to top button