ଦେଶ ବିଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଆଖି ଭିତରୁ ଡୋଳାକୁ ବାହାରକରି ଗିନିଜ୍‌ ଓ୍ୱାର୍ଲ୍ଡ ରେକର୍ଡ କଲେ ବ୍ରାଜିଲ୍ ମ୍ୟାନ୍

ପ୍ରତ୍ୟେକ ଲୋକ ନିଜକୁ ଭାଇରାଲ କରିବା ପାଇଁ ବହୁତ କଷ୍ଟ କରିଥାନ୍ତି । କିଏ ବିଭିନ୍ନ ପ୍ରକାର ଭୟଙ୍କର ଷ୍ଚଣ୍ଡ୍ କରିଥାଏ ତ ପୁଣି କିଏ ବିଭିନ୍ନ ଅଦଭୁତ୍ ପ୍ରଦର୍ଶନ କରିଥାଆନ୍ତି । ବେଳେବେଳେ ଏହି ଅଦଭୁତ୍ କାମ ଜୀବନରେ ସଫଳତା ଆଣିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିତ୍ୱ ବିଷୟରେ କହିବୁ ,ଯାହାକୁ ଶୁଣିଲେ ଆପଣ ମଧ୍ୟ ଅବିଶ୍ୱାସ କରିବେ ।

ଆଖି ଭିତରୁ ଡୋଳାକୁ ବାହାରକରି ଗିନିଜ୍‌ ଓ୍ୱାର୍ଲ୍ଡ ରେକର୍ଡ କଲେ ବ୍ରାଜିଲ୍ ମ୍ୟାନ୍ । ବ୍ରାଜିଲ୍‌ର ସିଡନି ଡେ କାର୍‌ଭାଲହୋ ମେସ୍‌କ୍ୱିଟା ନିଜ ଆଖି ଭିତରୁ (ଆଇ ଶଟର୍‌) ଡୋଳାକୁ ୧୮.୨ ଏମ୍‌.ଏମ୍‌ (୦.୭୧ ଇଞ୍ଚ) ବାହାରକରି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସେ ଟିଓ ଚିକୋ ଭାବେ ବେଶ୍‌ ଜଣାଶୁଣା। ମାତ୍ର ୯ ବର୍ଷ ବୟସରେ ଟିଓ ତାଙ୍କର ଏହି ବିରଳ ପ୍ରତିଭା ବିଷୟରେ ଜାଣିବାକୁ ପାଇଥିଲେ। ପିଲାବେଳେ ସାଙ୍ଗ ଓ ପରିବାର ସଦସ୍ୟଙ୍କ ସହ ଏକାଠି ଥିବାବେଳେ ହସଖୁସି ମାହୋଲରେ ଟିଓ ବିକୃତ ମୁହଁ କରି ପରିବାରର ମନୋରଞ୍ଜନ କରନ୍ତି। ଏମିତି କରୁ କରୁ ସେ ଦିନେ ଆଖି ଡୋଳାକୁ ବାହାରକୁ ବାହାର କରିଦେଲେ, ଯାହା ସାଧାରଣ ଲୋକଙ୍କ ପକ୍ଷେ ସହଜ ନ ଥିଲା। ଏହା ଦେଖି ପରିବାର ଲୋକେ ତାଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ଏହା ପରେ ସେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ପାଇଁ ପ୍ରୟାସ କରିଥିଲେ।

ସିଡନିଙ୍କ କହିବା ମୁତାବକ,  ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ସେ ଆଖିଡୋଳାକୁ ବାହାରକରି ରଖିପାରିବେ। ତେବେ ଏହା କରିସାରିବାର କିଛି ସେକେଣ୍ଡ ପର୍ଯ୍ୟନ୍ତ ତାଙ୍କୁ ଦେଖାଯାଏନାହଁ। କିନ୍ତୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ନିଜ ନାମକୁ ସାମିଲ କରିବା ପରେ ସେ ବେଶ୍‌ ଖୁସି ଥିବା କହିଛନ୍ତି।

Show More

Related Articles

Back to top button