ଦେଶଦେଶ ବିଦେଶସେଲିବ୍ରିଟିସ୍ୱତନ୍ତ୍ର
ସାମ୍ନାକୁ ଆସିଲା ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ଟ୍ୱିଟ୍,’ଭାରତକୁ ହରାଇଲେ ଜିମ୍ବାୱେର ଜଣେ କ୍ରିକେଟରଙ୍କୁ ବିବାହ କରିବି’

ସାମ୍ନାକୁ ଆସିଲା ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ଟ୍ୱିଟ୍ । ବର୍ତ୍ତମାନ ଟି-୨୦ ବିଶ୍ୱ କପ୍ ଚାଲୁଥିବାବେଳେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାବଦରେ ଟିପ୍ପଣୀ ଦେଇଛନ୍ତି ପାକିସ୍ଥାନୀ ଅଭିନେତ୍ରୀ ଶେହର ସିନୱାରୀ ।
ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଯଦି ଭାରତ ହାରିଯାଏ, ତେବେ ସେ ଜିମ୍ବାୱେର ଜଣେ କ୍ରିକେଟରଙ୍କୁ ବିବାହ କରିବେ।
ଏଭଳି ବିବାଦୀୟ ଟୁଇଟ୍ ନେଇ ସେ ଟ୍ରୋଲ ହୋଇଛନ୍ତି। ଜଣେ ୟୁଜର ତାଙ୍କ ଟୁଇଟ୍ରେ କମେଣ୍ଟ କରିଛନ୍ତି ଯେ, ତୁମର ବିବାହ ହୋଇ ପାରିବନି । ଭାରତ ବାଂଲାଦେଶକୁ ହରାଇଲେ ସେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ୍ କରିଦେବେ ବୋଲି ସିନୱାରୀଙ୍କ ପୂର୍ବରୁ ଏକ ଟୁଇଟ୍ କରିଥିବା ନେଇ ଆଉ ଜଣେ ୟୁଜର ତାଙ୍କୁ ଟ୍ରୋଲ କରିଛନ୍ତି।