ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବଦଳିଲା କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦଙ୍କ ସ୍ୱର

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦଙ୍କ ସ୍ୱର ବଦଳିଯାଇଛି। ଏଥର ସେ କଂଗ୍ରେସକୁ ଟାର୍ଗେଟ କରିବା ପରିବର୍ତ୍ତେ ସେ ଦଳର ଭଲ ପ୍ରଦର୍ଶନ ପାଇଁ କାମନା କରଛନ୍ତି। ଆଗାମୀ ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ଦଳ ଭଲ ପ୍ରଦର୍ଶନ କରୁ ବୋଲି ରବିବାର ସେ ଏକ ସାକ୍ଷାତକାର କହିଛନ୍ତି। ଗୁଲାମ ନବୀ ଆଜାଦ କହିଛନ୍ତି, ଯଦିଓ ମୁଁ କଂଗ୍ରେସଠାରୁ ଅଲଗା ହୋଇସାରିଛି, ତଥାପି ମୁଁ ସେମାନଙ୍କ ଧର୍ମନିରପେକ୍ଷତା ନୀତି ବିରୋଧରେ ନୁହେଁ। ମୁଁ ଦଳ ଛାଡିବାର କାରଣ ହେଉଛି ପାର୍ଟି ବ୍ୟବସ୍ଥାର ଦୁର୍ବଳତା। ମୁଁ ତଥାପି ଚାହୁଁଛି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରୁ। ଆମ ଆଦମୀ ପାର୍ଟି (ଏଏପି) ଗୁଜରାଟରେ ବିଜୟ ହାସଲ କରିବାରେ ସକ୍ଷମ ନୁହେଁ। କେବଳ ଦିଲ୍ଲୀର ଏକ ଦଳ। ସେ ମଧ୍ୟ ପଞ୍ଜାବକୁ ଦକ୍ଷତାର ସହିତ ଚଳାଇବାକୁ ସକ୍ଷମ ନୁହଁନ୍ତି। କେବଳ କଂଗ୍ରେସ ହିମାଚଳ ଏବଂ ଗୁଜରାଟରେ ଭାଜପାକୁ ଚ୍ୟାଲେଞ୍ଜ କରିପାରିବ। ସୂଚନାଯୋଗ୍ୟ,୭୩ ବର୍ଷିୟ ଗୁଲାମ ନବୀ ଆଜାଦ ୨୬ ଅଗଷ୍ଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ପରେ ସେ ‘ଡେମୋକ୍ରାଟିକ ଆଜାଦ ପାର୍ଟି’ ନାମକ ଏକ ଦଳ ଗଢିଥିଲେ।

Show More

Related Articles

Back to top button