ଅପରାଧଓଡ଼ିଶା

ବିପୁଳ ପରିମାଣର ନକଲି ମଦ ଜବତ,୪ ଗିରଫ

ଜବତ ହେଲା ବିପୁଳ ପରିମାଣର ନକଲି ମଦ । ଚୋରା ଚାଲାଣ ବେଳେ ଭଦ୍ରକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଅନ୍ୟ ଅଞ୍ଚଳରୁ ମଦଗୁଡିକୁ ପ୍ଲାଷ୍ଟିକ ବୋତଲରେ ଆଣି ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଠାରେ କାଚ ବୋତଲରେ ପ୍ୟାକିଙ୍ଗ କରି ଏହି ନକଲି ମଦ ବିକ୍ରି କରାଯାଉଥିଲା ।

ସୂଚନା ଅନୁଯାୟୀ, ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ପାଟ୍ରୋଲିଂ ସମୟରେ ନକଲି ମଦ ଚାଲାଣ ନେଇ ଖବର ପାଇଥିଲା ।ଏହି ସମୟରେ ସହଦେଵ ପୃଷ୍ଟି ନାମକ ବ୍ୟକ୍ତି ପ୍ଲାଷ୍ଟିକ ବୋତଲରେ ନକଲି ମଦ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ କର୍ମଚାରିଙ୍କୁ ଦେଖି ମଦ ଛାଡି ପଳାଇଥିଲା । ପରେ ସଂପୃକ୍ତ ବ୍ୟକ୍ତିଙ୍କ ଠିକଣାରୁ ନକଲି ମଦ ସହ ମଦ ବୋତଲ ଓ ଅନ୍ୟ କେତେକ ସାମଗ୍ରୀ ଜବତ ହୋଇଛି । ତେବେ ଫେରାର ସହଦେଵକୁ ଗିରଫ ପାଇଁ ଅବକାରୀ ବିଭାଗ ଚେଷ୍ଟା କରୁଛି । ସେହିଭଳି ଆଉ କେତେକ ସ୍ଥାନରେ ଚୋରା ମଦ ବିକ୍ରି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

Show More

Related Articles

Back to top button