Breaking PLUSଓଡ଼ିଶାମୁଖ୍ୟ ଖବର
କାୟା ମେଳାଉଛି ଡେଙ୍ଗୁ, ରାଜଧାନୀରୁ ସର୍ବାଧିକ ଚିହ୍ନଟ
ଅଗଷ୍ଟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା
ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କାୟା ବିସ୍ତାର କରିଚାଲିଛି ଡେଙ୍ଗୁ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଗଷ୍ଟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଛି । ମହାନଗର ନିଗମଗୁଡିକ ସଫେଇ ସହ ସଚେତନତା ମୂଳକ କାର୍ଯ୍ୟ କରୁଥିବାବେଳେ ଏଥିରୁ କିନ୍ତୁ ଆଖିଦୃଶିଆ ସଫଳତା ମିଳୁନି । ଏଣେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଡେଙ୍ଗୁ ପରୀକ୍ଷା ମେସିନ୍ ଅଚଳ ହେବା ରୋଗୀଙ୍କ ଚିନ୍ତା ବଢାଇଛି ।
ଡେଙ୍ଗୁ ହବ୍ ପାଲଟିଛି ରାଜଧାନୀ । ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ। ଶନିବାର ସୁଦ୍ଧା ଭୁବନେଶ୍ୱରର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି ୧୨୧୮ରେ । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ନୂଆପଲ୍ଲୀ ଓ ପୁରୁଣା ଭୁବନେଶ୍ୱରରୁ ଡେଙ୍ଗୁ ଆକ୍ରାନ୍ତ ଅଧିକ ମାତ୍ରାରେ ଚିହ୍ନଟ ହେଉଛନ୍ତି ।
ଏଡିସ୍ ମଶା ବଂଶ ଲୋପ ଲାଗି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବି ମଶା ଧୁଆଁ ପ୍ରୟୋଗ ଜାରି ରହିଛି । ଏହାସତ୍ତ୍ୱେ ବି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି ।…