Breaking PLUSଓଡ଼ିଶା

୩.୩୦ ପରେ ରାଜଧାନୀରେ ଗଡିବ ନାହିଁ ମୋ ବସ

ପୂଜା ପାଇଁ ରାଜଧାନୀରେ ଭିଡ ଦେଖିବାକୁ ମିଳିଛି । ତେଣୁ ଏହି ଭିଡକୁ ଦୃଷ୍ଟିରେ ରଖି ଆଜି ଠାରୁ ସହରରେ ମୋ ବସ ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତି ନେବେ କର୍ତ୍ତୃପକ୍ଷ । ଦିନ ୩ ଟା ୩୦ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ରୁଟରେ ବସ ଚାଲିବ । ଏହା ପରେ ସ୍ଥିତି ଦେଖିବା ପରେ ନିଷ୍ପତି ନିଆଯିବ । ତେବେ ରାଜଧାନୀରେ ହଜାର ହଜାର ଲୋକ ମୋ ବସ ଉପରେ ନିର୍ଭର କରନ୍ତି । ଦୁର୍ଗା ପୂଜା ଚାଲିଥିବାରୁ ଅନେକ ସ୍ଥାନରେ ଗତ କାଲି ମହା ଅଷ୍ଟମୀରେ ଭିଡ ଦେଖା ଯାଇଥିଲା । ତେବେ ରସୁଲଗଡ, ବାଣୀବିହାରରୁ ଶିଶୁ ଭବନ, ଜୟଦେବ ବିହାରରୁ ପଟିଆ,ବରମୁଣ୍ଡା ଆଚାଯ୍ୟ ବିହାର ଆଦିସ୍ଥାନରେ ଭିଡ ଦେଖିବାକୁ ମିଳିଥିଲା । ଆଜି ନବମୀ ଓ ଆନ୍ତାକାଲି ଦଶମୀ ଥିବାରୁ ଭିଡ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଭିଡ ସନ୍ତୁଳନ କରିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ତେଣୁ ସ୍ଥିତି ଦେଖି ବସଚଳାଚଳ ନିୟମକୁ ନିର୍ଦ୍ଧାରିତ କରାଯିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button