Breaking PLUSଦେଶମୁଖ୍ୟ ଖବର
୨୬ ଟ୍ରେନ୍ ବାତିଲ, ୨୨ ଟ୍ରେନ୍ର ରୁଟ୍ ପରିବର୍ତ୍ତନ

ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ଯୋଗୁ ୨୬ଟି ଟ୍ରେନ୍କୁ ବାତିଲ ବାତିଲ କରିଛି ରେଳ ବିଭାଗ। ଏଥିସହ ୨୨ଟିର ରୁଟ୍ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ ଟ୍ରେନ୍କୁ ଆଶିଂକ ବାତିଲ କରାଯାଇଛି।
ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, ପଲାସା-ବିଶାଖାପାଟଣା, ପାରାଦୀପ-ବିଶାଖାପାଟଣା, ରାୟଗଡ଼ା-ଗୁଣୁପୁର, ଚେନ୍ନାଇ-ପୁରୀ ଏକ୍ସପ୍ରେସ୍, ରାୟପୁର-ବିଶାଖାପାଟଣା, ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି।