Breaking PLUSଓଡ଼ିଶାମୁଖ୍ୟ ଖବର
ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ

କଟକ- ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି କ୍ଷୁବ୍ଧ ହେଲେ କୋର୍ଟ । ବାଲି ପରିବହନ ନେଇ ଜିଲ୍ଲାପାଳଙ୍କ ସତ୍ୟପାଠ ମିଥ୍ୟା ଥିବା କୋର୍ଟ କହିଛନ୍ତି । ଏଥିପାଇଁ ତାଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ ।
ବେଆଇନ ବାଲି ଉଠାଣ ଓ ପରିବହନ ନେଇ ଏକ ପିଆଇଏଲ୍ ହୋଇଥିଲା । ଲିଜ୍ଧାରୀଙ୍କ ପାଇଁ ପ୍ରଶାସନ ଲୋକଙ୍କ ସ୍ୱାର୍ଥକୁ ଆଖି ବୁଜିଥିବା ଅଭିଯୋଗ ଥିଲା । ଏହାକୁ ନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନଠାରୁ ସତ୍ୟପାଠ ମାଗିଥିଲେ । ଏଭଳି ହେଉନଥିବା ଓ ଯାହା କିଛି ଘଟିଛି, ଫାଇନ୍ ହୋଇଥିବା କହିଥିଲା ପ୍ରଶାସନ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ ।