Breaking PLUSଦେଶମୁଖ୍ୟ ଖବର
ଆସ୍ଥା ଭୋଟ ଜିତିଲେ ଚମ୍ପାଇ ସୋରେନ ସରକାର, ମିଳିଲା 47 ଖଣ୍ଡ ଭୋଟ୍
ରାଞ୍ଚି, 5 ଫେବୃଆରୀ – ଚମ୍ପାଇ ସୋରେନଙ୍କ ନେତୃତ୍ୱାଧୀନ ସରକାର ଦୁଇଦିବସୀୟ ଝାରଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ସୋମବାର ଦିନ ଆସ୍ଥା ଭୋଟ ହାସଲ କରିଛନ୍ତି । ଆସ୍ଥା ପ୍ରସ୍ତାବରେ ହୋଇଥିବା ମତଦାନରେ ଚମ୍ପାଇ ସୋରେନ ସରକାରଙ୍କୁ 47ଖଣ୍ଡ ଭୋଟ ମିଳିଛି । ଅନ୍ୟପଟେ ବିପକ୍ଷରେ 29ଖଣ୍ଡ ଭୋଟ ପଡିଛି ।
ଜାମସେଦପୁର ପୂର୍ବର ସ୍ୱାଧୀନ ବିଧାୟକ ସରଜୁ ରାୟ ଏହି ମତଦାନରୁ ନିଜକୁ ଦୂରେଇ ରଖିଥିଲେ । ଶାସକ ପକ୍ଷର ଜଣେ ବିଧାୟକ ରାମଦାସ ସୋରେନ ଅସୁସ୍ଥ କାରଣରୁ ଗୃହ କାର୍ଯ୍ୟରେ ସାମିଲ ହୋଇନଥିଲେ ।
ବିଧାନସଭା ବାଚସ୍ପତି ରବୀନ୍ଦ୍ର ମହତୋ ବିଧାନସଭା କାର୍ଯ୍ୟକୁ ମଙ୍ଗଳବାର ସକାଳ 11ଟା ଯାଏ ସ୍ଥଗିତ ରଖିଛନ୍ତି ।