Breaking PLUSଓଡ଼ିଶାମୁଖ୍ୟ ଖବର

କେନ୍ଦ୍ରାପଡାର ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ

ଭିଜିଲାନ୍ସ ଜାଲରେ ଫସିବା ପରେ ଶନିବାର କେନ୍ଦ୍ରାପଡାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ର ଗିରଫ ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଶୁକ୍ରବାର ଯୋଗାଣ ଅଧିକାରୀଙ୍କ ଘର ସମେତ କଟକ, ଭୁବନେଶ୍ୱର, କେନ୍ଦ୍ରାପଡା ସହ ଏକକାଳୀନ ୫ଟି ସ୍ଥାନରେ  ଚଢାଉ କରାଯାଇଥିଲା। ଚଢାଉ ସମୟରେ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା ହୋଇଯାଇଥିଲା ।
ପ୍ରଦୀପଙ୍କର ଭୁବନେଶ୍ୱର ଲିଙ୍ଗିପୁରରେ ଏକ ଦୁଇ ମହଲା କୋଠା, କଟକ ମଧୁପାଟଣାରେ ଗୋଟିଏ କୋଠା, ଭୁବନେଶ୍ୱର ଓ କଟକରେ ୨ଟି ପ୍ଲଟ୍‌ ଠାବ କରାଯାଇଥିଲା । ଘରୁ ପ୍ରାୟ ୮୫୦ ଗ୍ରାମ ସୁନା ,୪ଟି ସୁନା ଇଟା, ହୀରା ହାର ଜବତ କରାଯାଇଥିଲା । ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଜମା ଟଙ୍କା ରହିଥିଲା । ଏହାସହ ନଗଦ ଟଙ୍କା, ଚାରି ଚକିଆ ଗାଡି ଆଦି ଜବତ କରାଯାଇଥିଲା ।

Show More

Related Articles

Back to top button