ଓଡ଼ିଶା

ପୁଣି ରିମାଣ୍ଡରେ ଗଲା ରାଜୁ ମଣ୍ଡଳ

ଭୁବନେଶ୍ୱର- ପୁଣି ରିମାଣ୍ଡରେ ଗଲା ରାଜୁ ମଣ୍ଡଳ । ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିସନରେଟ୍ ପୁଲସ୍ ଆଉ ଦୁଇଦିନିଆ ରିମାଣ୍ଡରେ ନେଇଛି। ତାକୁ ପୁଣି ପଚରାଉଚରା କରି ଅଧିକ ତଥ୍ୟ ଓଗାଳିବ ପୁଲିସ। ନିକଟରେ ରାଜୁକୁ ଝାରଖଣ୍ଡର ରାଞ୍ଚିକୁ ନେଇଥିଲା। ଭୁବନେଶ୍ୱର, କଟକ ପରେ ଝାରଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡ଼ିବା ପରେ ପୁଲିସ ତାକୁ ରାଞ୍ଚି ନେଇଥିଲା। ତଦନ୍ତକାରୀ ଟିମ୍ ସହିତ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାରଖଣ୍ଡ ନିଆଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିସନରେଟ ପୁଲିସ।

Show More

Related Articles

Back to top button