Breaking PLUSଓଡ଼ିଶାମୁଖ୍ୟ ଖବର

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର- ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା କ୍ରମଶଃ ପଶ୍ଚିମ -ଉତ୍ତର ପଶ୍ଚିମ ଆଡକୁ ମୁହାଁଇବା ନେଇ ସୂଚନା ରହିଛି। ପରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳକୁ ଗତି କରିବ। ଏବଂ  ଆଗାମୀ ୩୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି।

Show More

Related Articles

Back to top button