Breaking PLUSଦେଶମୁଖ୍ୟ ଖବର
ପ୍ୟାରିସ ପାରା ଅଲମ୍ପିକରେ ଭାରତକୁ ମିଳିଲା 8ମ ପଦକ

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ର ପଞ୍ଚମ ଦିନରେ ସୋମବାର ଭାରତକୁ ମିଳିଛି ୮ମ ପଦକ। ପୁରୁଷ ଡିସ୍କସ୍ ଥ୍ରୋ ଏଫ୫୬ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି ଯୋଗେଶ କଥୁନିଆ। ୨୭ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଥ୍ରୋ ସହିତ ରୌପ୍ୟ ହାତେଇଛନ୍ତି। ଲଗାତର ଭାବେ ଦ୍ଵିତୀୟ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ। ଏହା ପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ରୌପ୍ୟ ଜିତିଥିଲେ।