Breaking PLUSଦେଶ ବିଦେଶମୁଖ୍ୟ ଖବର
ପର୍ଥ ଟେଷ୍ଟରେ 104 ରନରେ ଅଷ୍ଟ୍ରେଲିଆ ଅଲଆଉଟ୍, ପ୍ରଥମ ପାଳିରେ ଭାରତ 46 ରନରେ ଆଗୁଆ
ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ପାଳିରେ ୪୬ ରନରେ ଆଗୁଆ ରହିଛି। ଅଷ୍ଟ୍ରେଲିଆର ପର୍ଥ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ହିଁ ନାଟକୀୟ ମୋଡ଼ ଦେଖିବାକୁ ମିଳିଛି । ଭାରତ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ଦଳ ବି ଆହୁରି ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।
ଭାରତୀୟ ବୋଲିଂ ଲାଇନକୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ସାମ୍ନା କରି ନ ପାରି ଘରୋଇ ମାଟିରେ ବ୍ୟାଟିଂ ବିଫଳତାର ଶିକାର ହୋଇଛନ୍ତି। ଦଳ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୨୬ ରନ କରିବାରେ ସଫଳ ହୋଇଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ହର୍ଷିତ ରାଣା ୩ ଏବଂ ମହମ୍ମଦ ସିରାଜ ୨ଟି ଉଇକେଟ ଅକ୍ତିଆର କରିଥିଲେ।