Breaking PLUSଦେଶମୁଖ୍ୟ ଖବର
ସ୍କୁଲକୁ ବୋମା ବିସ୍ଫୋରଣ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ଦିଲ୍ଲୀରେ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ଦେଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଶୁକ୍ରବାର ଖବର ସାମ୍ନାକୁ ଆସିଛି । ପାଖାପାଖି ବୋମା ବିସ୍ଫୋରଣ ଧମକ ମିଳିଥିଲା । ଜଣେ ଦ୍ୱାଦଶର ଛାତ୍ର ଏହି ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲା । ଛାତ୍ର ଜଣକ ନିଜର ଦୋଷ ସ୍ୱୀକାର କରିଛନ୍ତି । ଏହାସହ ପୂର୍ବରୁ ମଧ୍ୟ ଧମକପୂର୍ଣ୍ଣ ମେଲ୍ ପଠାଇଥିବା ଛାତ୍ର ଜଣକ କହିଛି । ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣା ସ୍କୁଲର ସୁରକ୍ଷା ପାଇଁ ଅନେକ ଚିନ୍ତାମୂଳକ ପରିସ୍ଥିତି ସହ ଭୟର ବାତାବରଣ ସୃଷ୍ଟି କରିଥିଲା ।