Breaking PLUSଓଡ଼ିଶାମୁଖ୍ୟ ଖବର
ଲାଂଚ ନେବା ବେଳେ ଧରାପଡିଲେ ଜୁନିୟର କ୍ଲର୍କ
![](https://www.utkalprahari.com/wp-content/uploads/2023/11/odisha-vigilance-1.jpg)
ଭୁବନେଶ୍ୱର, 14 ଫେବୃଆରୀ – ଲାଂଚ ନେବା ବେଳେ ଧରାପଡିଛନ୍ତି ଜୁନିୟର କ୍ଲର୍କ । ଦେବଗଡ କଲେଜର ଜୁନିୟର କ୍ଲର୍କ ମଂଜୁଲତା ପ୍ରଧାନ 10ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସାର୍ଟିପିକେଟ ଇସ୍ୟୁ କରିବା ପାଇଁ ଜଣେ ପୂର୍ବତନ ଛାତ୍ରଙ୍କ ଠାରୁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି ।