ଦେଶମୁଖ୍ୟ ଖବର

ଦିଲ୍ଲୀ ଆକ୍ରମଣ ପରେ ଜୈସ୍‌-ଇ-ମହମ୍ମଦ !

ନୂଆଦିଲ୍ଲୀ: ଦିଲ୍ଲୀର ବ୍ୟସ୍ତବହୁଳ ଲାଲକିଲା ନିକଟରେ ଘଟିଥିବା ଭୟଙ୍କର କାର୍‌ ବିସ୍ଫୋରଣ ଘଟଣାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ସମ୍ପୃକ୍ତି ନେଇ ଖିଅ ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)। କାରଣ ସୋମବାର ଫରିଦାବାଦରୁ ୨୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ ହେବା ଏବଂ ଏଥିରେ ୪ଜଣ ଡାକ୍ତରଙ୍କ ସହ ଅନ୍ୟ କେତେକଙ୍କ ସମ୍ପୃକ୍ତି ନେଇ ସେମାନଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ନେଟ୍‌ୱର୍କ ସହ ସମ୍ପୃକ୍ତ ଥିବା ଜଣାପଡ଼ିଛି। ତେଣୁ ଦିଲ୍ଲୀ ବିସ୍ଫୋରଣ ପଛରେ ଜୈସ୍‌ ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ନେଇ ଏନ୍ଏସ୍‌ଜି ଓ ଏନଆଇଏ ତଦନ୍ତକୁ ଆଗକୁ ବଢ଼ାଇଛି।

Show More

Related Articles

Back to top button