Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ। ପ୍ରଥମଥର ପାଇଁ ଓଡିଶା ବିଧାନସଭାରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବିଦାନସଭାରେ ଅଭିଭାଷଣ ରଖିବା ପରେ ୧୧ନଂ ରୁମ୍‌ କୁ ଆସି ସମୟ ବିତାଇବେ ମହାମହିମ । ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିବାବେଳେ ୧୧ ନଂ ଚ୍ୟାମ୍ବର ଥିଲା ତାଙ୍କ କାର୍ଯ୍ୟାଳୟ। ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତାଇବେ। ସେଥିପାଇଁ ବିଧାନସଭା ସମେତ ଚାମ୍ବରକୁ ବି ସଜାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Show More

Related Articles

Back to top button