Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଜୋର୍ଡାନରେ ପହଂଚିଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର ଜୋର୍ଡାନରେ ପହଞ୍ଚିଛନ୍ତି। ଜୋର୍ଡାନ ରାଜଧାନୀ ଅମନରେ ପ୍ରଧାନମନ୍ତ୍ରୀ ବିମାନଯୋଗେ ଅବତରଣ କରିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଜୋର୍ଡାନ ଗସ୍ତ ପରେ ପ୍ରଧାନମନ୍ତ୍ରୀ ଇଥିଓପିଆ ଏବଂ ଓମାନ ଗସ୍ତରେ ଯିବେ।

ମୋଦୀ ଅମନରେ ପହଞ୍ଚିବା ପରେ ଜୋର୍ଡାନ ପ୍ରଧାନମନ୍ତ୍ରୀ ଜାଫର ହସନ ବିମାନବନ୍ଦରରେ ମୋଦୀଙ୍କୁ ସ୍ବାଗତ କରିଥିଲେ। ଭାରତ ଏବଂ ଜୋର୍ଡାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ବର୍ଷ ପୂର୍ତ୍ତି ଅବସରରେ ମୋଦୀଙ୍କ ଏହି ଗସ୍ତ ବହୁ ଗୁରୁତ୍ଵ ବହନ କରୁଛି। ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି କିଛି ନୂଆ ଚୁକ୍ତି ହେବାର ସମ୍ଭାବନା ରହିଛି।

ଜୋର୍ଡାନ ରାଜା ଅବଦୁଲ୍ଲା ୨ ଇବନ ଅଳ ହୁସେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲାଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ଆଲୋଚନା ହେବ। ଏହା ସହିତ ପ୍ରଧାନମନ୍ତ୍ରୀ ସେଠାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ୧୬ ତାରିଖରେ ସେ ଇଥିଓପିଆ ଗସ୍ତ କରିବେ।

Show More

Related Articles

Back to top button