Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

‘ଅର୍ଣ୍ଣବ’ ମୁକାବିଲା ପାଇଁ ପ୍ରସ୍ତୁତ ଓଡ଼ିଶା, ୪ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବା ଆଶଙ୍କା ଥିବାରୁ ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ଉପରେ ବିଶେଷ ନଜର ରଖାଯାଇଛି। ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।

କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ପରେ ଅନୁ ଗର୍ଗ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଯୋଗାଇଦେବାକୁ କେନ୍ଦ୍ର ପକ୍ଷରୁ ଆଶ୍ୱାସନା ମିଳିଛି। ଛତିଶଗଡ଼ ସରକାରଙ୍କ ସହ ମଧ୍ୟ ଯୋଗାଯୋଗ ରଖାଯାଇଛି। ସେଠାରୁ ଜଳ ଛଡ଼ାଗଲେ ତୁରନ୍ତ ଓଡ଼ିଶାକୁ ସୂଚନା ଦେବାକୁ କୁହାଯାଇଛି।

 

ସ୍ୱତନ୍ତ୍ର ରିଲିଫ୍‌ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି ଯେ ସବୁ ଜିଲ୍ଲାରେ ପ୍ରଶାସନ ସଜାଗ ରହିଛି। ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଲୋକେ ଭୟଭୀତ ନ ହୋଇ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ସେ ଅନୁରୋଧ କରିଛନ୍ତି।

ପାଣିପାଗ ସୂଚନା ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ଗୋପାଳପୁରଠାରୁ ପ୍ରାୟ ୫୮୦ କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ରହିଥିବା ବେଳେ ଝଟ୍‌କା ପବନର ବେଗ ୮୫ କିଲୋମିଟର ପର୍ଯ୍ୟନ୍ତ ରହୁଛି।

ଆକଳନ ଅନୁଯାୟୀ, ବାତ୍ୟାଟି ଆଜି ମଧ୍ୟରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ। ଆସନ୍ତାକାଲି ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନଜର ରଖିବା ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।

Show More

Related Articles

Back to top button