Breaking PLUSଓଡ଼ିଶାମୁଖ୍ୟ ଖବର
ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର- ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁରର ରହମା ଫରେଷ୍ଟ ରେଞ୍ଜ, ଫରେଷ୍ଟ ରେଞ୍ଜ ଅଫିସର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଛି । ସଦର ଥାନା ଚାଟରା ସ୍ଥିତ ଘର ସମେତ ୫ଟି ସ୍ଥାନରେ ରେଡ୍ କରାଯାଉଛି ।
କଟକ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଂଟ ବଳରେ ଏହି ତଲାଶି ଅଭିଯାନରେ 2 ଜଣ ଅତିରିକ୍ତ ଏସ୍ପି, 5 ଜଣ ଡିଏସ୍ପି, 8 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ଓ କର୍ମଚାରୀଙ୍କ ନେତୃତ୍ୱରେ ରେଡ୍ କରାଯାଉଛଇ । ତାଙ୍କର ଜଗତସିଂହପୁରର ଛତ୍ରାରେ ତିନିମହଲା ଘର, ଜଗତସିଂହପୁରର ସାମନ୍ତରାୟପୁରର ପୈତୃକ ଗାଁରେ ଦୁଇମହଲା ଘର, ଫରେଷ୍ଟ ରେଂଜ ଅଫିସ ଓ ସରକାରୀ ବାସଭବନରେ ଚଢାଉ କରାଯାଇଛି ।



