Breaking PLUSଓଡ଼ିଶାମୁଖ୍ୟ ଖବର
ଅବକାରୀ ବିଭାଗରେ ଆର୍ଥିକ ଠକେଇ: ୨ ଗିରଫ

ସମ୍ବଲପୁର: ଅବକାରୀ ବିଭାଗରେ ଆର୍ଥିକ ଠକେଇ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ୩.୬୭ କୋଟି ଟଙ୍କାର ଠକେଇ ନେଇ ଅଇଁଠାପଲି ଥାନାରେ ଅଭିଯୋଗ ହୋଇଛି । ୨୩.୪୬ ଲକ୍ଷ ନଗଦ ଟଙ୍କା ଜବତ, ବିଭିନ୍ନ ବ୍ୟାଙ୍କର ୪୪ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ଜଣେ ଅବସରପ୍ରାପ୍ତ ASI ଓ କିରାଣୀଙ୍କୁ ଗିରଫ କରିଛି ପୋଲିସ । ଅଡିଟରେ ହେରଫେର କରି ଠକେଇ କରିଥିବା ଅଭିଯୋଗ ହୋଇଛି ।
ମ୍ବଲପୁରରେ ଆର୍ଥିକ ହେରଫେର ମାମଲାରେ ୨ ଅଭିଯୁକ୍ତଙ୍କ ଗିରଫ କରିଛି ପୋଲିସ। ସେମାନଙ୍କ ପାଖରୁ ବିପୁଳ ପରିମାଣର ଅର୍ଥ ସହ ଅନେକ ଦସ୍ତାବିଜ ଜବତ ହୋଇଛି। ୨୩ ଲକ୍ଷ ୪୬ ହଜାର ନଗଦ ଟଙ୍କା ଜବତ କରିଛି ସମ୍ବଲପୁର ପୋଲିସ।
ଥି ସହ ଅଭିଯୁକ୍ତଙ୍କ ୩ଟି ଆକାଉଣ୍ଟକୁ ଫ୍ରିଜ୍ କରିଛି ସମ୍ବଲପୁର ପୋଲିସ। ଗୋଟିଏ ଆକାଉଣ୍ଟରେ ଥିବା ୧୪ ଲକ୍ଷ, ଅନ୍ୟ ଏକ ଆକାଉଣ୍ଟରେ ୨୦ ଲକ୍ଷ ସହ ଆଉ ଏକ ୧୦ ଲକ୍ଷ ଟଙ୍କା ଜମା ଥିବା ୩ ଆକାଉଣ୍ଟକୁ ଭ୍ରିଜ୍ କରିଛି ପୋଲିସ।



