Breaking PLUSଓଡ଼ିଶାମୁଖ୍ୟ ଖବର

ଟେଟ୍ରା ପ୍ୟାକରେ ମିଳିବ ମଦ

ଭୁବନେଶ୍ୱର- ଅବକାରୀ ବିଭାଗର ନୂଆ ଗାଇଡଲାଇନ । ଏଣିକି ଟେଟ୍ରା ପ୍ୟାକରେ ମିଳିବ ମଦ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର  । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ । ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ  । ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ OTDCକୁ ବିକ୍ରି ପାଇଁ ଅନୁମତି ରହିଛି । ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ମଦ ବିକ୍ରି ହେବ ।

୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ଟେଟ୍ରା ପ୍ୟାକ ତିଆରି କରୁଥିବା ସଂସ୍ଥା   ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପ୍ୟାକେଜିଂ କିମ୍ବା ସେଣ୍ଟ୍ରାଲ ଫୁଡ ଟେକନୋଲୋଜି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟର ସାର୍ଟିଫିକେଟ ଥିବା ଦରକାର ।

ପରିବେଶ ପ୍ରଦୂଷଣ ରୋକିବାକୁ ଟେଟ୍ରା ପ୍ୟାକରେ ମଦ ବିକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ। କିନ୍ତୁ ରାଜ୍ୟର ଅନ୍ୟ ବେଳାଭୂମିରେ ବିକ୍ରି ପାଇଁ  ଅନୁମତି ମିଳିବ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ଏବଂ ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ ବା ଆଇଟିଡିସିକୁ ଲାଇସେନ୍ସ ଫି’ର ଅଧା ଦାମରେ ମଦ ଦୋକାନ ଦିଆଯିବ।

Show More

Related Articles

Back to top button