Breaking PLUSଓଡ଼ିଶାମୁଖ୍ୟ ଖବର

ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, 8ଜୁନ- ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲରେ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନଇପି-୨୦୨୦ ଅନୁଯାୟୀ, ପାଠ୍ୟକ୍ରମ ରୂପରେଖରେ ପରିବର୍ତ୍ତନ କରାଯାଇଛି।

ସମସ୍ତ ଶ୍ରେଣୀର ପିଲାଙ୍କ ବିଷୟବସ୍ତୁ ଉପରୁ ଭାର ହ୍ରାସ ଯୋଜନା ରହିଥିବାବେଳେ ଏବେ ଗୋଟିଏ ଶିକ୍ଷାବର୍ଷରେ ୨୩୦ ଦିନ ସ୍କୁଲ ଖୋଲା ରହିବ। ୨୦ ଦିନ ସ୍କୁଲରେ ବାର୍ଷିକୋତ୍ସବ ଓ କ୍ରୀଡ଼ା ଉତ୍ସବ ଆଦି ପାଳନ ହେବ।

ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର। ଶିକ୍ଷାବର୍ଷରେ ୧୯୦ ଦିନ ଶିକ୍ଷାଦାନ ସହ ପ୍ରତିଦିନ ୭ଟି ପିରିୟଡ ପାଠପଢ଼ା ହେବ। ଶିଶୁ ବାଟିକା ପିଲାଙ୍କ ପାଇଁ ପ୍ରତି ଶନିବାର ବସ୍ତାନି ବିହୀନ ଦିବସ ପାଳନ କରାଯିବ।

ଷଷ୍ଠରୁ ଅଷ୍ଟମ ଛାତ୍ରୀଛାତ୍ରଙ୍କ ପାଇଁ ବର୍ଷକୁ ୧୦ ଦିନ ସ୍କୁଲ ବ୍ୟାଗ୍‌ ମନା। ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପିରିୟଡ ପାଠପଢା ହେବ। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପାଇଁ ୪୯୮ ସମୟ ସାରଣୀ ପ୍ରସ୍ତୁତ ହେବ।

ଏନେଇ ନୂଆ ସମୟ ସାରଣୀ ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ନିର୍ଦ୍ଦେଶନାମା ପାଳନ ପାଇଁ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ନିୟମ କଡ଼ାକଡ଼ି ପାଳନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି।

Show More

Related Articles

Back to top button