Breaking PLUSଦେଶନିଯୁକ୍ତି

Global RISE 2026 Bhubaneswar: ଓଡ଼ିଶାର ରପ୍ତାନି, ଉତ୍ପାଦନ ଓ ପ୍ରଯୁକ୍ତି କ୍ଷମତା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ସେପ୍ଟେମ୍ବର ୯, ୨୦୨୬: ଖଣି, ଧାତୁ, ଭିତ୍ତିଭୂମି, ଉତ୍ପାଦନ ଓ ଆଇଟି କ୍ଷେତ୍ରରେ ଓଡ଼ିଶାର ଅପାର ସମ୍ଭାବନାକୁ ନେଇ ଭୁବନେଶ୍ୱରରେ ଆୟୋଜିତ Global RISE 2026 – Bhubaneswar Editionରେ ବ୍ୟାପକ ଆଲୋଚନା ହୋଇଛି। ସେପ୍ଟେମ୍ବର ୯ରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ SMBConnect ପକ୍ଷରୁ ଓଡ଼ିଶାର MSME ଓ ଶିଳ୍ପ ପରିବେଶ ସହ ଜଡ଼ିତ ୧୩୬ ଜଣ ବ୍ୟବସାୟୀ ନେତା ଓ ଅଂଶୀଦାର ଯୋଗଦେଇଥିଲେ। ମୁକ୍ତ ବାଣିଜ୍ୟ ଚୁକ୍ତି (FTA), ରପ୍ତାନି, ପ୍ରଯୁକ୍ତି, AI ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ଭଳି ବିଷୟ ଉପରେ ଆଲୋଚନା ହୋଇଥିଲା।

ଦେଶର ୧୫ ସହରୀୟ ବ୍ୟବସାୟିକ ଏପରି କାର୍ଯ୍ୟକ୍ରମ ଆଗରୁ ଯାରି ରହିବାକୁ ଥିବା ବେଳେ ପୂର୍ବରୁ ଅହମଦାବାଦ ଓ ପୁଣେରେ ଅନୁଷ୍ଠିତ ହେଇଥିବା ବେଳେ ଏବେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି।  ଭାରତର ପରିବର୍ତ୍ତିତ ବାଣିଜ୍ୟିକ ସମ୍ପର୍କ ଉତ୍ପାଦନ, ରପ୍ତାନି, ପ୍ରଯୁକ୍ତି, ଅର୍ଥ ବ୍ୟବସ୍ଥା ଓ ବଜାର ସୁଯୋଗ ଉପରେ କିଭଳି ପ୍ରଭାବ ପକାଉଛି, ସେନେଇ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ SMBConnectର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ସନ୍ଦୀପନ ରାୟ ଓଡ଼ିଶାର ଖଣି, ଧାତୁ, ଭିତ୍ତିଭୂମି ଓ ଆଇଟି କ୍ଷେତ୍ରର ଶକ୍ତିକୁ ଉଲ୍ଲେଖ କରିଥିଲେ। FTA ମାଧ୍ୟମରେ ଅନ୍ତର୍ଜାତୀୟ ବଜାରରେ ଅଧିକ ସୁଯୋଗ ମିଳିପାରେ, କିନ୍ତୁ ଏହାର ଲାଭ ଉଠାଇବା ପାଇଁ ବ୍ୟବସାୟଗୁଡ଼ିକୁ ନିଜ ଉତ୍ପାଦ, କ୍ଷମତାକୁ ପ୍ରତିଯୋଗିତାମୂଳକ ସାମର୍ଥ୍ୟ ବୃଦ୍ଧି କରିବାକୁ ପଡ଼ିବ ବୋଲି ସେ ରଖିଥିଲେ।

 ଓଡ଼ିଶାର ଶିଳ୍ପ ଓ ଉତ୍ପାଦନ କ୍ଷେତ୍ରର MSMEଗୁଡ଼ିକ କିପରି ମୂଲ୍ୟ ଶୃଙ୍ଖଳାରେ ଉପରକୁ ଉଠିପାରିବେ ସେନେଇ “From Mines to Markets” ଶୀର୍ଷକ ପ୍ୟାନେଲ ଆଲୋଚନା କରାଯାଇ ଥିଲା। FTAକୁ ନେଇ ହୋଇଥିବା ନେତୃତ୍ୱସ୍ତରୀୟ ଆଲୋଚନାରେ ରପ୍ତାନି ସୁଯୋଗ, ବନ୍ଦର ଓ ଲଜିଷ୍ଟିକ୍ସର ଭୂମିକା, ଉତ୍ପାଦରେ ମୂଲ୍ୟ ବୃଦ୍ଧି ଏବଂ ଅନ୍ତର୍ଜାତୀୟ ବଜାର ପାଇଁ ପ୍ରସ୍ତୁତି ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। କେବଳ ବଜାରରେ ପ୍ରବେଶ ସୁଯୋଗ ମିଳିଲେ ହେବ ନାହିଁ; ଗୁଣବତ୍ତା, ନିୟମ ପାଳନ, ପ୍ରତିଯୋଗିତାମୂଳକ ମୂଲ୍ୟ ଏବଂ ବିଦେଶୀ ବଜାର ସମ୍ପର୍କିତ ଜ୍ଞାନ ମଧ୍ୟ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ।

କାର୍ଯ୍ୟକ୍ରମରେ ପ୍ରଯୁକ୍ତି ଓ AI ମଧ୍ୟ ଏକ ପ୍ରମୁଖ ଆଲୋଚନାର ବିଷୟ ଥିଲା। ଡିଜିଟାଲ ପରିବର୍ତ୍ତନ, AIର ବ୍ୟବହାର, ସ୍ମାର୍ଟ ମ୍ୟାନୁଫାକ୍ଚରିଂ ଏବଂ ବ୍ୟବସାୟିକ କାର୍ଯ୍ୟଦକ୍ଷତା ବଢ଼ାଇବାରେ ପ୍ରଯୁକ୍ତିର ଭୂମିକା ଉପରେ ବିଭିନ୍ନ ସେସନରେ ଆଲୋଚନା ହୋଇଥିଲା। ବଢ଼ୁଥିବା ବ୍ୟବସାୟ ପାଇଁ ରୁଫଟପ୍ ସୋଲାର ଭଳି ସ୍ଥାୟୀ ଶକ୍ତି ସମାଧାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

MSME-DFO, କଟକର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ନିତିଶା ମନ୍ନ, IES କାର୍ଯ୍ୟକ୍ରମରେ Guest of Honor ଭାବେ ଯୋଗଦେଇଥିଲେ। ଶେଷରେ Global RISE Awards 2026 ମାଧ୍ୟମରେ ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରର ଉଦ୍ୟୋଗୀ ଓ ନେତାମାନଙ୍କୁ ସମ୍ମାନିତ କରାଯାଇଥିଲା।

Global RISE 2026 ସିରିଜ୍ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଭାରତର ଆଉ ୧୨ଟି ସହରରେ ଜାରି ରହିବ। ଆଗାମୀ କାର୍ଯ୍ୟକ୍ରମ ପାଟନା, କୋଏମ୍ବାଟୁର, ହାଇଦ୍ରାବାଦ ସମେତ ଅନ୍ୟାନ୍ୟ ପ୍ରମୁଖ ବ୍ୟବସାୟିକ ସହରରେ ଆୟୋଜିତ ହେବ।

Show More

Related Articles

Back to top button