Breaking PLUSଅପରାଧଦେଶ ବିଦେଶମୁଖ୍ୟ ଖବରରାଜନୀତି

ରୁଷର ବୋମାମାଡ଼ରେ ଥରିଲା ୟୁକ୍ରେନର ରିଲିଫ୍‌ କେନ୍ଦ୍ର, ୨୬ ମୃତ

ୟୁକ୍ରେନ: ଦକ୍ଷିଣ ୟୁକ୍ରେନର ଜାପୋରିଜିଆ ଅଞ୍ଚଳର କୋମିଶୁଭାଖା ଗ୍ରାମରେ ଥିବା ଏକ ମାନବୀୟ ସହାୟତା କେନ୍ଦ୍ର ଉପରେ ରୁଷ ସେନାର ବୋମାମାଡ଼ରେ ଅତି କମ୍‌ରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ କର୍ତ୍ତୃପକ୍ଷ ଓ ଜରୁରୀକାଳୀନ ସେବା ସଂସ୍ଥା ଏହି ସୂଚନା ଦେଇଛନ୍ତି।

ମୃତକଙ୍କ ମଧ୍ୟରେ ଉଦ୍ଧାରକାରୀ ଦଳର ଦୁଇଜଣ ସଦସ୍ୟ ଏବଂ ଚାରିଜଣ ପୋଲିସ ଅଧିକାରୀ ରହିଛନ୍ତି। ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।

ଏକ ବିଦ୍ୟାଳୟ ପରିସରରେ ଏହି ସହାୟତା କେନ୍ଦ୍ର ଚାଲୁଥିଲା। ସେଠାରେ ସ୍ଥାନୀୟ ଲୋକଙ୍କୁ ରିଲିଫ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ରିପୋର୍ଟ ଅନୁସାରେ, ରୁଷୀୟ ବିମାନରୁ ଏକାଧିକ ବୋମା ଏହି କେନ୍ଦ୍ର ଓ ଆଶ୍ରୟସ୍ଥଳ ଉପରେ ନିକ୍ଷେପ କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Show More

Related Articles

Back to top button