Breaking PLUSଓଡ଼ିଶାମୁଖ୍ୟ ଖବର

ବାତ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍

ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ଆକଳନ କରିଛି ୮ ଜଣିଆ କେନ୍ଦ୍ରୀୟ ଟିମ୍। ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲା।

ଟିମ୍ ପ୍ରଥମେ ଆଚିଲି ଗାଁରେ ଧାନ ଫସଲର କ୍ଷୟକ୍ଷତି ଆକଳନ କରିବା ସହ ପ୍ରଭାବିତ ଚାଷୀଙ୍କ ସହ ଆଲୋଚନା କରିଥିଲା। ଏହାସହ ଋଷିକୁଲ୍ୟା ନଦୀର ଭାଙ୍ଗିଯାଇଥିବା ନଦୀବନ୍ଧ, ଉଠା ଜଳସେଚନ ପଏଣ୍ଟ, ବିଦ୍ୟୁତ୍ ଭିତ୍ତିଭୂମି, ମୋବାଇଲ୍ ଟାୱାର, କ୍ଷତିଗ୍ରସ୍ତ ରାସ୍ତା ଓ ପୋଲ ଯାଞ୍ଚ କରିଥିଲା। ଜିଲ୍ଲାପାଳ କୀର୍ତ୍ତି ଭାସନ ଭି ଟିମ୍‌କୁ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ଦେଇଥିଲେ।

ଏହାପୂର୍ବରୁ ମଙ୍ଗଳବାର ଟିମ୍ ଗଜପତି ଜିଲ୍ଲାର ମକାପଡ଼ା, ଗୁଣ୍ଡ୍ରିଗୁଡ଼ା ଓ ଖାରିଗୁଡ଼ା ସମେତ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲା।

ବାତ୍ୟା ପରେ ଗଞ୍ଜାମ, ଗଜପତି ଓ କନ୍ଧମାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ଅନୁରୋଧ ପରେ କେନ୍ଦ୍ର ଏହି ଟିମ୍ ପଠାଇଛି। କ୍ଷେତ୍ର ପରିଦର୍ଶନ ପରେ ଟିମ୍ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।

Show More

Related Articles

Back to top button