Breaking PLUSଦେଶମୁଖ୍ୟ ଖବର
ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଜୋର

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଭିତ୍ତିଭୂମି ସୁଦୃଢ଼ କରିବା ସମେତ ବିଭିନ୍ନ ପ୍ରସଙ୍ଗରେ ବୁଧବାର ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଛି।
ବାତ୍ୟା ପରବର୍ତ୍ତୀ ଓଡ଼ିଶାର ସ୍ଥିତି ଏବଂ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା।
ବୈଠକ ସମ୍ପର୍କରେ ‘ଏକ୍ସ’ରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାରେ କେନ୍ଦ୍ର ସରକାରଙ୍କ ତ୍ୱରିତ ସହାୟତା ଓ ନିରନ୍ତର ସହଯୋଗ ପାଇଁ ସେ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଥିବା କହିଛନ୍ତି।
ଭବିଷ୍ୟତରେ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି ବଢ଼ାଇବା ସହ ଦୀର୍ଘମିଆଦୀ କ୍ଷୟକ୍ଷତି ହ୍ରାସ ନିମନ୍ତେ ବିପର୍ଯ୍ୟୟ-ପ୍ରତିରୋଧୀ ଭିତ୍ତିଭୂମି ଗଠନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।



