Breaking PLUSଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ଦୀପୋତ୍ସବରେ ଏଆର୍‌ ଟେକ୍ନୋଲୋଜିର ଝଲକ

ଅଯୋଧ୍ୟା: ଅଯୋଧ୍ୟାରେ ନଭେମ୍ବର ୭ରେ ଆୟୋଜିତ ହେବ ଦୀପୋତ୍ସବ-୨୦୨୬। ଏଥର ପରମ୍ପରା ସହ ଆଧୁନିକ ଜ୍ଞାନକୌଶଳର ଅନନ୍ୟ ସମନ୍ୱୟ ଦେଖିବାକୁ ମିଳିବ। ୧୦୦ରୁ ଅଧିକ କଳାକାରଙ୍କ ପରିବେଷଣ ସହ ୩ଡି ପ୍ରୋଜେକ୍ସନ୍‌, ଲେଜର୍‌ ଶୋ’ ଓ ଡ୍ରୋନ୍‌ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ରହିବ।

‘ରାମ କି ପୈଡ଼ି’ରେ ୨୮ ମିନିଟ୍‌ର ସ୍ୱତନ୍ତ୍ର ମଲ୍ଟିମିଡିଆ ପ୍ରଦର୍ଶନ ମାଧ୍ୟମରେ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର କାହାଣୀ ଜୀବନ୍ତ ହେବ। ଏଥିପାଇଁ ନଦୀ ଉପରେ ଭାସମାନ ମଞ୍ଚ ନିର୍ମାଣ କରାଯାଉଛି।

ଏଥରର ଅନ୍ୟତମ ଆକର୍ଷଣ ହେଉଛି ଅଗମେଣ୍ଟେଡ୍‌ ରିଅଲିଟି (ଏଆର୍‌) ସୁବିଧା। ସ୍ୱତନ୍ତ୍ର ମୋବାଇଲ୍‌ ଆପ୍‌ ଜରିଆରେ ଦର୍ଶକ ରାମାୟଣର ପାଞ୍ଚଟି ଘଟଣାର ୩ଡି ଦୃଶ୍ୟ ନିଜ ମୋବାଇଲ୍‌ରେ ଦେଖିପାରିବେ ଓ ଭିଡିଓ ସେୟାର କରିପାରିବେ।

ନଭେମ୍ବର ୫ରୁ ୯ ତାରିଖ ଯାଏଁ ଲେଜର୍‌ ଓ ମଲ୍ଟିମିଡିଆ ଶୋ’ ଆୟୋଜିତ ହେବ। ୭ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ମୁଖ୍ୟ କାର୍ଯ୍ୟକ୍ରମ ହେବ। ୯ ତାରିଖରେ ସ୍ୱତନ୍ତ୍ର ଡ୍ରୋନ୍‌ ଶୋ’ ଆୟୋଜନ ହେବ। ଯୁବପିଢ଼ିଙ୍କୁ ଅଯୋଧ୍ୟାର ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।

Show More

Related Articles

Back to top button