Breaking PLUSଓଡ଼ିଶାମୁଖ୍ୟ ଖବର
ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡକୁ ଖୋଜୁଛି ପୋଲିସ

ଭୁବନେଶ୍ୱର, 8 ଜୁନ- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ କଟକ ଡିସିପି ପ୍ରତିକ୍ରିୟା ରଖିଛି । ପ୍ରାଇଭେଟ୍ ଗାଡ଼ିରେ ଚନ୍ଦ୍ରିକା ବ୍ରିଜ ନିକଟକୁ ଆସିଥିଲେ, ସିସିଟିଭି ମିଳିଛି । ପରିବାର ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ତାର ତଦନ୍ତ ହେଉଛି ବୋଲି ସେ କହିଛନ୍ତି ।
ଏହାସହିତ ମୋବାଇଲ ନମ୍ବର ଯାଞ୍ଚ ସହ ହ୍ବାଟ୍ସଆପ୍ ଚାଟିଂ ଯାଞ୍ଚ ହେଉଛି । ସେଥିରୁ କିଛି ସୁରାକ୍ ମିଳିଛି, ୨ଟି ଟିମ୍ ଗଠନ ହୋଇଛି । ତାଙ୍କ ବୟଫ୍ରେଣ୍ଡଙ୍କୁ ଖୋଜୁଛୁ । ସେଥିପାଇଁ ବିଭିନ୍ନ ସ୍ଥାନରେ ଟିମ୍ ରେଡ୍ ମଧ୍ୟ କରିଛି ।
ଚନ୍ଦ୍ରିକା ନିଜ ରଙ୍ଗକୁ ନେଇ ନେଇ ଚିନ୍ତିତ ଥିଲେ କହିଛନ୍ତି ପରିବାର । ପିଏମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେଵ ବୋଲି ଡିସିପି କହିଛନ୍ତି ।



