Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର
ଢେଙ୍କାନାଳ ମେଡିକାଲ୍ରୁ ଡେଇଁ ରୋଗୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ। ମେଡିକାଲ୍ର ୪ ମହଲାରୁ ତଳକୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଟାଉନ୍ ଥାନା ଅନ୍ତର୍ଗତ ଗାନ୍ଧି ମନ୍ଦିର ରୋଡ୍ ଅଞ୍ଚଳର ବାସିନ୍ଦା। ସେ ଦୁଇ ଦିନ ତଳେ ଚିକିତ୍ସା ପାଇଁ ମେଡିକାଲ୍କୁ ଆସିଥିଲେ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ସେ ହଠାତ୍ ୪ ମହଲା ଛାତରୁ ଡେଇଁ ପଡ଼ିଥିଲେ। ଏହା ଦେଖି ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଓପିଡିରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ତେବେ କେଉଁ କାରଣରୁ ସେ ଏଭଳି ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ। ଘଟଣାକୁ ନେଇ ମେଡିକାଲ୍ ପରିସରରେ ଆଲୋଡ଼ନ ସୃଷ୍ଟି ହୋଇଛି।



