Breaking PLUSଓଡ଼ିଶାମୁଖ୍ୟ ଖବର
ନେତା ଓ କର୍ମୀ ବିଜେଡି ଛାଡ଼ିଲେ ସଂଗଠନ ଉପରେ ପ୍ରଭାବ ପଡିବ- ଗଣେଶ୍ବର

ଭୁବନେଶ୍ୱର, 6 ଏପ୍ରିଲ- ନେତା ଓ କର୍ମୀ ଦଳ ଛାଡିଲେ ଦଳ ଉପରେ ପଡିବ । ଦଳ ନଛାଡିବା ପାଇଁ ବିଜେଡି ପ୍ରସ୍ତୁତ କରୁଛି ରଣନୀତି । ଏନେଇ ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି ।
ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ । ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଛୁ, କେମିତି ଦଳ ସଂଗଠନ ମଜବୁତ ହେବ ।
୨ ରାଜ୍ୟସଭା ସାଂସଦ କେବେଠୁ ଛାଡ଼ିକି ପଳେଇଲେ । ତାହା ଚିନ୍ତାର କାରଣ ବୋଲି ସେ କହିଛନ୍ତି । ସେହିପରି ନିର୍ବାଚିତ ପରେ ଦଳ ବିରୋଧରେ ଭୋଟ୍ ଦେଲେ ସଂଗଠନରେ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।



