Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଝାରସୁଗୁଡାରେ ମା’ଙ୍କ ନିର୍ମମ କାଣ୍ଡ, ଦୁଇ ଶିଶୁଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଚେଷ୍ଟା

ଝାରସୁଗୁଡା ଜିଲ୍ଲାରେ ଏକ ଦୁଃଖଦ ଓ ଚମତ୍କାରଜନକ ଘଟଣା ଘଟିଛି, ଯେଉଁଠାରେ ଜଣେ ମା’ ନିଜ ପୁଅ ଓ ଝିଅଙ୍କୁ କୁରାଢ଼ୀ ରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ପ୍ରୟାସ କରିଛନ୍ତି। ଏହି ଘଟଣା ଏୟାରପୋର୍ଟ ଥାନା ଅଧୀନ ଟାଙ୍ଗରପାଲି ଗାଁରେ ଶନିବାର ମଧ୍ୟରାତ୍ରି ରେ ଘଟିଥିବା ଜଣାପଡ଼ିଛି।
ପୋଲିସ ତଥ୍ୟ ଅନୁସାରେ, ରାତିରେ ଭୋଜନ ସାରି ପରିବାର ସଦସ୍ୟମାନେ ଶୋଇପଡ଼ିଥିଲେ। ମଧ୍ୟରାତ୍ରି ସମୟରେ ରଞ୍ଜିତା ଓରାମ ନିଜ ସ୍ୱାମୀଙ୍କୁ ଉଠାଇ ବାହାରକୁ ଯିବାକୁ କହିଥିଲେ। ସ୍ୱାମୀ ବାହାରକୁ ଯାଇଥିବା ସମୟରେ ସେ ଘର ଦ୍ୱାରକୁ ଭିତରୁ ବନ୍ଦ କରି ଦୁଇ ଶିଶୁ,ଝିଅ ଜିଜ୍ଞାସା ଓରାମ ଓ ପୁଅ ବିଭାନ୍ଶୁ ଓରାମ ଙ୍କୁ କୁରାଢ଼ୀରେ ନିର୍ମମ ଭାବେ ଆକ୍ରମଣ କରିଥିଲେ।
ଏହା ପରେ ସେ ନିଜ ଗଳାକୁ ଛୁରୀରେ କାଟି ଆତ୍ମହତ୍ୟା ପ୍ରୟାସ କରିଥିଲେ। ସନ୍ଦେହ ହେବାରୁ ସ୍ୱାମୀ ପଡ଼ୋଶୀଙ୍କ ସହଯୋଗରେ ଝରକା ଭାଙ୍ଗି ଘରକୁ ପ୍ରବେଶ କରିଥିଲେ ଓ ଦୁଇ ଶିଶୁଙ୍କୁ ମୃତ ଅବସ୍ଥାରେ ଓ ସ୍ତ୍ରୀ ଙ୍କୁ ଗୁରୁତର ଆହତ ଅବସ୍ଥାରେ ଦେଖିଥିଲେ।
ରଞ୍ଜିତାଙ୍କୁ ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ପରେ ଗୁରୁତର ଅବସ୍ଥାରେ ବୁର୍ଲାର ଭିମସାରକୁ ସ୍ଥାନାନ୍ତର କରାଯାଇଛି।
ଏହି ଭୟାବହ ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଆବଶ୍ୟକ ହେଲେ ବୈଜ୍ଞାନିକ ଦଳକୁ ଡାକାଯିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button