Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ ଚୌଧୁରୀ

ପାଟଣା, 15 ଏପ୍ରିଲ- ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ ଚୌଧୁରୀ । ସେ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବେ। ଏବେ ସେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ସମ୍ରାଟ ଏକଦା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅତ୍ୟନ୍ତ ଅନୁଗତ ଥିଲେ। ୨୦୧୭ରେ ସେ ଆରଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ସେହିବର୍ଷ ନୀତୀଶ ମହାମେଣ୍ଟରୁ ସମ୍ପର୍କ ତୁଟାଇ ଏନଡିଏରେ ଯୋଗ ଦେଇଥିଲେ। ୨୦୨୨ ଅଗଷ୍ଟରେ ନୀତୀଶ ପୁଣି ଥରେ ଏନଡିଏ ଛାଡି ଲାଲୁ ପ୍ରସାଦଙ୍କ ମହାମେଣ୍ଟରେ ସାମିଲ ହୋଇଥିଲେ।

ଗତକାଲି ଜେଡିୟୁ ସଭାପତି ନୀତୀଶ କୁମାର  ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନୀତୀଶଙ୍କ ଇସ୍ତଫା ପରେ ଅନୁଷ୍ଠିତ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୟନ କରାଯାଇଛି। ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Show More

Related Articles

Back to top button