Breaking PLUSଓଡ଼ିଶାମୁଖ୍ୟ ଖବର
ଜଳୁଛି ପୂରା ରାଜ୍ୟ, ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା

ଭୁବନେଶ୍ୱର, 15 ଏପ୍ରିଲ- ଜଳୁଛି ଓଡ଼ିଶା। ପଶ୍ଚିମରେ ଅସମ୍ଭାଳ ତାତି। ୪୦ ଡିଗ୍ରୀ ଉପରେ ୮ ସହର। ଗତକାଲି ୪୧.୭ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା ଟିଟିଲାଗଡ଼ ।
ଝାରସୁଗୁଡ଼ା ଓ ଭବାନୀପାଟଣାରେ ୪୧, ତାଳଚେରରେ ୪୦, ବଲାଙ୍ଗିରରେ ୪୦.୩, ସୁବର୍ଣ୍ଣପୁରରେ ୪୦.୬, ଭୁବନେଶ୍ବରରେ ୩୭.୩ ଏବଂ କଟକରେ ୩୭ ଡିଗ୍ରୀ ରହିଛି।
ଅନୁଗୋଳରେ ୩୯.୭, ସୁନ୍ଦରଗଡ଼ ଓ ମାଲକାନଗିରିରେ ୩୯.୪, ବୌଦ୍ଧରେ ୩୯.୯, ପାରଳାଖେମୁଣ୍ଡିରେ ୩୯, ଢେଙ୍କାନାଳରେ ୩୯.୧, ବରଗଡ଼ରେ ୩୯.୨ ଏବଂ ନୂଆପଡ଼ାରେ ୩୯.୫ ଡିଗ୍ରୀ ପାରଦ ରହିଛି। ଆସନ୍ତା ୨୪ ଘଣ୍ଟାରେ ଟିଟିଲାଗଡ଼, ବଲାଙ୍ଗିର, ନୂଆପଡ଼ା, ଭବାନୀପାଟଣା, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ରାଉରକେଲା, ଅନୁଗୋଳରେ ତାତି ବଢ଼ିପାରେ। ୧୬ରୁ ୨୦ ଯାଏ ପଶ୍ଚିମର କିଛି ଜିଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଉପକୂଳବର୍ତ୍ତୀ ଜିଲାରେ ଗରମ ସହ ଗୁଳୁଗୁଳି ହୋଇପାରେ। ଆସନ୍ତା ୩ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ।



