Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର

'ବିଜୁଙ୍କ ନୀତି ଓ ଆଦର୍ଶରେ ଚାଲିଥିବା ମହିଳାଙ୍କୁ ହୋଇଛି ଅଣଦେଖା'

ଭୁବନେଶ୍ୱର, 17 ଏପ୍ରିଲ-   ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର । ବିଜୁଙ୍କ ନୀତି ଓ ଆଦର୍ଶରେ ଚାଲିଥିବା ମହିଳାଙ୍କୁ  ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ବିଜେଡିରେ ଜଣେ ବି ମହିଳା ଦଳର ସଭାପତି ପାଇଁ ଯୋଗ୍ୟ ହେଲେନି । ରାଜ୍ୟର ମୁଖିଆ କି ସାଂଗଠନିକ ସମ୍ପାଦକ ହୋଇପାରିଲେ ନାହିଁ । କିଛି ମହିଳା ଅନେକ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ମୁଖିଆଙ୍କ ନଜରରେ ସେମାନେ ମୁଖିଆ ହେବାର ବୋଧେ ଯୋଗ୍ୟ ନଥିଲେ । ୨୪ ବର୍ଷ ଶାସନରେ କେହି ଜଣେ ମହିଳା ମୁଖିଆ ହେବାକୁ ମିଳିଲେ ନାହିଁ । ନା ସେ ଦଳର ମୁଖିଆ କାହାକୁ କରେଇ ଦେଲେ ନାହିଁ?

ସେ କହିଛନ୍ତି ଯେ, ମହିଳାଙ୍କ କଥା କହୁଥିବା ଦଳ ଓଡ଼ିଆ ମହିଳାଙ୍କୁ ସଭାନେତ୍ରୀ କରିପାରିନି କାହିଁକି? ବିଜୁ ଜନତା ଦଳ କେବଳ କଥାରେ ଧୁରନ୍ଧର  । ମହିଳାଙ୍କୁ ନିଜ ଦଳ ଓ ସରକାରରେ ସର୍ବୋଚ୍ଚ ପଦ ଦେବାକୁ ସାହାସ ନାହିଁ । ବିଜୁ ଫାଉଣ୍ଡେସନରେ ମଧ୍ୟ କେହି ଜଣେ ମହିଳା ଟ୍ରଷ୍ଟି ନାହାଁନ୍ତି ।

Show More

Related Articles

Back to top button